ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟରେ ଶୀର୍ଷରେ ରହିବ କୋରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଏହି ମାସ ୧୨ ତାରିଖରୁ କୋରୋନା ସଂକ୍ରମଣ ଲଗାତର ଭାବେ ୧୦ ହଜାରରୁ ଅଧିକ ରହୁଛି । ତେବେ, ଆସନ୍ତା ସପ୍ତାହକ ମଧ୍ୟରେ କୋରୋନା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଏହାପରେ ଧୀରେ ଧୀରେ ସଂକ୍ରମଣ ସଂଖ୍ୟା ହ୍ରାସ ହେବ ବୋଲି ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ୧୦ ପ୍ରତିଶତ ତଳକୁ ଖସିବା ଯାଏଁ ଲକଡାଉନ ଜାରି ରହିବା ଦରକାର । ସଂକ୍ରମଣ ଟ୍ରେଣ୍ଡ୍ କମିବା ଆଶ୍ୱସ୍ତିକର କଥା । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ ସୋମବାର ୩୫ ପ୍ରତିଶତ ହେବା ଚିନ୍ତାର କାରଣ ବୋଲି ଡାକ୍ତର ମିଶ୍ର କହିଛନ୍ତି । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଟିକାକରଣରେ ସାମିଲ କରିବା ଦରକାର ବୋଲି ସେ କହିଛନ୍ତି ।

Comments are closed.