ପାକିସ୍ତାନ ପଟୁ ଗୁଳିମାଡ଼: ତିନି ଯବାନ ଶହୀଦ

ନୂଆଦିଲ୍ଲୀ – ଜାମ୍ମୁକାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି) ନିକଟବର୍ତ୍ତୀ ଚାରୋଟି ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲ୍ଳଂଘନ ହୋଇଛି । ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ବିଏସଏଫ୍ ର ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଆହତ ବି ହୋଇଛନ୍ତି । ଭାରତୀୟ ସେନା ତରଫରୁ ଏହାର କଡ଼ା ଜବାବ ଦିଆଯାଇଛି ।

ସୂଚନା ମୁତାବକ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ପାକିସ୍ତାନ ତରଫରୁ ଅସ୍ତ୍ର ବିରତି ଉଲ୍ଳଂଘନ କରାଯାଇଥିଲା । ଏହାର କିଛି ମିନିଟ୍ ପରେ କୁପୱାଡା ଜିଲ୍ଲା କେରନ ସେକ୍ଟରରେ ମଧ୍ୟ ଗୁଳି ବିନିମୟ ଘଟିଥିଲା । ଏହାଛଡ଼ା ବାରାମୁଲାର ଉରୀ ସେକ୍ଟରରେ ଭାରତୀୟ ପୋଷ୍ଟକୁ ଟାର୍ଗେଟ୍ କରାଯାଇଥିବା ବେଳେ ପୁଞ୍ଚ ଜିଲ୍ଲାର ସବଜୀନ ଅଞ୍ଚଳରେ ଗୁଳିମାଡ଼ କରାଯାଇଥିଲା । ଲଗାତାର ଚତୁର୍ଥ ଦିନ ପାଇଁ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି । ଜଣେ ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମକୁ ବି ପଣ୍ଡ କରାଯାଇଛି ।

Comments are closed.