ଅର୍ଜୁନ ରାମପାଲଙ୍କୁ ଏନସିବିର ଜେରା

ମୁମ୍ବାଇ – ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ର ତଦନ୍ତ କରୁଥିବା ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ଜେରା କରିଛି । ଗତ ନଭେମ୍ବର ୯ରେ ଏନସିବି ରାମପାଲଙ୍କ ଘରେ ଚଢାଉ କରିଥିଲା । ହାଜର ହେବା ପାଇଁ ରାମପାଲଙ୍କୁ ଏନସିବି ତରଫରୁ ସମନ ଜାରି କରାଯାଇଥିଲା । ସମନ ପାଇବା ପରେ ରାମପାଲ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଡ୍ରଗ୍ସ କାରବାର ମାମଲାରେ ତାଙ୍କୁ ଏନସିବି ପଚରା ଉଚରା ଜାରି ରଖିଛି । ସେପଟେ ରାମପାଲଙ୍କ ବନ୍ଧୁ ପଲ ବୋର୍ଟେଲଙ୍କୁ ମଧ୍ୟ ଡ୍ରଗ୍ସ ଲିଙ୍କ୍ ରେ ଗିରଫ କରାଯାଇଛି । ତା’ପୂର୍ବରୁ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡିସଙ୍କୁ ଏନସିବି ଦୁଇଦିନ ଧରି ଜେରା କରିଥିଲା ।

ନଭେମ୍ବର ୯ରେ ଅର୍ଜୁନ ରାମପାଲଙ୍କ ଘରେ ଚଢାଉ ସମୟରେ ଏନସିବି ତାଙ୍କ ଘରୁ ଲାପଟପ୍‌, ମୋବାଇଲ ଫୋନ୍ ଓ ଟାବଲେଟ୍ ଭଳି କିଛି ଇଲେକ୍ଟ୍ରୋନିକ ସାମଗ୍ରୀ ଜବନ କରିଥିଲା । ଏନସିବି ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ରାମପାଲଙ୍କ ଘରେ ଚଢାଉ ପୂର୍ବରୁ ଏନସିବିର ଏକ ଟିମ୍ ଜଣାଶୁଣା ଫିଲ୍ମ ନିର୍ମାତା ଫିରୋଜ ନାଡିୟାଦୱାଲାଙ୍କ ଘରେ ଚଢାଉ କରି ତାଙ୍କ ପତ୍ନୀ ଶବାନା ସଇଦଙ୍କୁ ଗିରଫ କରିଥିଲା ।

Comments are closed.