ରାଜ୍ୟରେ ୧୧ ହଜାର ୯୯ ନୂଆ କୋରୋନା ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୧୧ ହଜାର ୯୯ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୨୧୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୮୫ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି । ୫ଲକ୍ଷ ୩୬ ହଜାର ୫୯୫ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୧ ଲକ୍ଷ ୫ ହଜାର ୩୭୫ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୬୦, ସୁନ୍ଦରଗଡରୁ ୯୮୩ , କଟକରୁ ୮୬୭, ଅନୁଗୁଳରୁ ୫୫୨, ସମ୍ବଲପୁରରୁ ୫୪୭, ମୟୂରଭଞ୍ଜରୁ ୫୦୭, ଭଦ୍ରକରୁ ୪୩୧, ବାଲେଶ୍ୱରରୁ ୪୦୮, ଯାଜପୁରରୁ ୩୭୮, ପୁରୀରୁ ୩୫୬, ନବରଙ୍ଗପୁରରୁ ୩୫୧, ବରଗଡରୁ ୩୩୯, ଝାରସୁଗୁଡାରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ କଳାହାଣ୍ଡିରୁ ୨୯୯, ବଲାଙ୍ଗୀରରୁ ୨୮୮, କୋରାପୁଟରୁ ୨୮୦, ନୟାଗଡରୁ ୨୭୭, ନୂଆପଡାରୁ ୨୩୨, ବୌଦ୍ଧରୁ ୨୧୩, ଗଞ୍ଜାମରୁ ୧୯୬, ରାୟଗଡାରୁ ୧୭୦, କେନ୍ଦୁଝରରୁ ୧୬୫, ଢେଙ୍କାନାଳରୁ ୧୬୨, କେନ୍ଦ୍ରାପଡାରୁ ୧୫୬, ଦେବଗଡରୁ ୧୦୭, ମାଲକାନଗିରରୁ ୧୦୨, କନ୍ଧମାଳରୁ ୮୮, ଗଜପତିରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.