ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ: କରୋନାରେ ଉତ୍ତର ପ୍ରଦେଶ ରାଜସ୍ୱ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ବିଜୟ କାଶ୍ୟପ ମୁଜାଫରନଗର ଚାର୍ଥୱାଲ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । କରୋନା ସଂକ୍ରମିତ ହେବାପରେ କାଶ୍ୟପ ଗୁରଗାଓଁର ମେଦାନ୍ତ ହସ୍ପିଟାଲରେ ଗତ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।

କୋଭିଡ୍‌ରେ ପ୍ରାଣ ହରାଇବାରେ କଶ୍ୟପ ହେଉଛନ୍ତି ଉତ୍ତର ପ୍ରଦେଶର ତୃତୀୟ ମନ୍ତ୍ରୀ । ଗତବର୍ଷ ଏହି ଘାତକ ରୋଗରେ ରାଜ୍ୟର ଆଉ ଦୁଇ ମନ୍ତ୍ରୀ କମଲ ରାନୀ ବରୁଣ ଏବଂ ଚେତନ ଚୌହ୍ୱାନଙ୍କ ବି ପରଲୋକ ଘଟିଥିଲା ।
କାଶ୍ୟପଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Comments are closed.