କୁଇକ୍ ରିଆକସନ ସରଫେସ୍ ଟୁ ଏୟାର ମିସାଇଲର ସଫଳ ପରୀକ୍ଷଣ, ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା କୁଇକ୍ ରିଆକସନ ସରଫେସ୍ ଟୁ ଏୟାର ମିସାଇଲ୍ –କ୍ୟୁଆରଏସଏଏମର ସଫଳ ପରୀକ୍ଷଣ ହୋଇଛି । ଏହି ମିସାଇଲ୍ ଏକ ବଂଶୀ ପାଇଲଟବିହୀନ ଟାର୍ଗେଟକୁ ସିଧାସଳଖ ଭାବେ ହିଟ୍ କରିଛି । ଓଡିଶାର ଚାନ୍ଦିପୁର ଆଇଟିଆରରୁ କ୍ୟୁଆରଏସଏଏମର ପରୀକ୍ଷାଣ ଦିନ ୩ଟା ୫୦ରେ କରାଯାଇଥିଲା । କ୍ୟୁଆରଏସଏଏମରେ ଏକକ ପର୍ଯ୍ୟାୟ ସଲିଡ୍ ରକେଟ୍ ମୋଟର ପ୍ରପେଲାଂଟ୍ ବ୍ୟବହାର ହୋଇଥିଲା ।

କ୍ୟୁଆରଏସଏଏମର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହାଇକୋର୍ଟଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.