ରାଜ୍ୟରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ନିଷ୍ପତି

ଭୁବନେଶ୍ୱର- ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ପାଇଁ ଏସବୁ କୋର୍ଟ ପ୍ରତିଷ୍ଠା କରାଯିବ । କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏ ନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.