ଏବେ ଘରେ କରିହେବ କରୋନା ଟେଷ୍ଟ, ଟେଷ୍ଟିଂ କିଟ୍‌କୁ ଆଇସିଏମ୍‌ଆର ଦେଲା ମଞ୍ଜୁରି

ନୂଆଦିଲ୍ଲୀ: ଏଣିକି ଲୋକେ ଘରେ ନିଜର କୋଭିଡ୍ ଟେଷ୍ଟ କରିପାରିବେ । ଏନେଇ ଏକ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍‌କୁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) ମଞ୍ଜୁରି ଦେଇଛି ।
ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି ଯେ, କରୋନା ଲକ୍ଷଣ ଥିବା ଲୋକ ଏହି ଘରୋଇ ଟେଷ୍ଟିଂ କିଟ୍ ବ୍ୟବହାର କରିପାରିବେ । ଏହି ଘରୋଇ ଟେଷ୍ଟିଂ କିଟ୍ ଦ୍ୱାରା ହୋଇଥିବା ପରୀକ୍ଷାରେ ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ, ସେମାନଙ୍କର ଆଉ ଆରଟି-ପିସିଆର ଟେଷ୍ଟର ଆବଶ୍ୟକତା ନାହିଁ ବୋଲି ଆଇସିଏମ୍‌ଆର କହିଛି ।

ତେବେ ଏହି ଟେଷ୍ଟିଂ କିଟ୍‌ରେ ନେଗେଟିଭ୍ ହେଲେ ସେମାନଙ୍କର ଦ୍ୱିତୀୟ ଥର କୋଭିଡ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । କାରଣ ଭାଇରାସ୍ ଲୋଡ୍ କମ୍ ହେଲେ କିଛି ରାପିଡ୍ ଟେଷ୍ଟିଂ କିଟ୍‌ରେ ପଜିଟିଭ୍ ମାମଲା ଜଣା ନ ପଡିବା ନଜିର ରହିଛି ।

ପୁଣେ ସ୍ଥିତ ଏକ କମ୍ପାନୀ ଏହି ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛି । ଏହିଭଳି କିଟ୍ ଅନ୍ୟ ଦେଶମାନଙ୍କରେ ବି ୍ୟବହାର କରାଯାଉଛି ।

Comments are closed.