ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଘୋଷିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର-କୋଭିଡ ରୋଗୀ ଓ ମଧୁମେହ ରୋଗୀଙ୍କ ମଧ୍ୟରେ ବହୁଳ ଭାବେ ଦେଖାଯାଉଥିବା ବ୍ଲାକ ଫଙ୍ଗସ୍ ବା ମୁକ୍ରୋମାଇକୋସିସ୍ ରୋଗକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିଛନ୍ତି । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ରୋଗକୁ ଏପିଡେମିକ୍ ଡିଜିଜ୍ ଆକ୍ଟରେ ସାମିଲ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜ୍ୟ ସରକାର ବ୍ଲାକ ଫଙ୍ଗସ୍ ତଦାରଖ ପାଇଁ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ଗଠନ କରିଥିଲେ ।ସାରାଦେଶରେ କୋଭିଡର ଦ୍ୱିତୀୟ ଲହର ସହ ବ୍ଲାକ୍ ଫଙ୍ଗସ୍ ମଧ୍ୟ ଏବେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆହ୍ୱାନ ସୃଷ୍ଟି କରିଛି । ରାଜସ୍ଥାନ ପ୍ରଥମ ରାଜ୍ୟ ଭାବେ ବ୍ଲାକ ଫଙ୍ଗ୍‌ସକୁ ମହାମାରୀ ଭାବେ ଘୋଷଣା କରିଥିଲା । ଆଜି ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଭାବେ ଘୋଷଣା କରିଥିଲା କେନ୍ଦ୍ର ।

Comments are closed.