ଦେଶରେ କମୁଛି କରୋନା ସଂକ୍ରମଣ, କିନ୍ତୁ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମୁଛି । ହେଲେ ଏହି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୫୫୧ ମାମଲା ରେକର୍ଡ କରାଯାଇଛି । ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ୪୦୦୦ ଟପିଛି । ଦିନକରେ ଏହି ରୋଗରେ ଆଉ ୪୨୦୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ପୁଣି ୩,୫୭,୨୯୫ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଗୁରୁବାର ୨.୭୬ ଲକ୍ଷ କୋଭିଡ୍ ମାମଲା ରିପୋର୍ଟ ହୋଇଥିବା ବେଳେ ୩୮୪୭ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦେଶରେ ଏବେ ମୋଟ କରୋନା ମାମଲା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ରେ ପହଞ୍ଚିଛି । ଏଯାବତ୍ ଏହି ରୋଗରେ ୨ ଲକ୍ଷ ୯୧ ହଜାର ୩୩୧ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଭାରତରେ କରୋନାରୁ ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । ଏବେ ୩୦ ଲକ୍ଷ ୨୭ ହଜାର ୯୨୫ ସକ୍ରିୟ ମାମଲା ରହିଛି ।

Comments are closed.