ଏୟାର ଇଣ୍ଡିଆ ଉପରେ ସାଇବର ଆକ୍ରମଣ, ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆର ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି । କମ୍ପାନୀ କହିଛି ଯେ ଏହି ଘଟଣାରେ ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଛି। ଡାଟା ଲିକରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ଲିକ୍ ହୋଇଛି। ଖବର ଅନୁଯାୟୀ, ଡାଟା ସେଣ୍ଟରରେ ସାଇବର ଆକ୍ରମଣ ହୋଇଥିଲା ଏବଂ ଏହା ଅଧୀନରେ ଡାଟା ଚୋରି କରାଯାଇଛି। ଏହି ଘଟଣା ଚଳିତ ବର୍ଷ ଫେବୃଆରୀରେ ଘଟିଥିଲା। ଏୟାର ଇଣ୍ଡିଆ ନିଜ ୱେବସାଇଟରେ ଏହି ସୂଚନା ଦେଇଛି।

ଏହି ସାଇବର ସୁରକ୍ଷା ଆକ୍ରମଣରେ ଯାତ୍ରୀଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇଥିବା କମ୍ପାନୀ କହିଛି। ଏଥିରେ ପ୍ରାୟ ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି ହୋଇଛି। ଏଥିମଧ୍ୟରୁ ଦେଶ ତଥା ବିଦେଶର ଯାତ୍ରୀମାନେ ଅନ୍ତର୍ଭୁକ୍ତ | ଏୟାର ଇଣ୍ଡିଆ ଏହାର ପ୍ରଭାବିତ ଗ୍ରାହକଙ୍କୁ ଏକ ବାର୍ତ୍ତାରେ କହିଛି ଯେ ଏହାର SITA Pss ସର୍ଭରରେ ସାଇବର ଆକ୍ରମଣ ହୋଇଛି ଯେଉଁଥିରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା ଷ୍ଟୋର ଏବଂ ପ୍ରୋସେସ୍ କରାଯାଇଥାଏ।

ଏୟାର ଇଣ୍ଡିଆ ଏହି ଘଟଣା ବିଷୟରେ କହିଛି, “ଚଳିତ ବର୍ଷ ଫେବୃଆରୀ ୨୫ରେ ଆମର ଡାଟା ପ୍ରୋସେସର୍ ଠାରୁ ଆମେ ଏହି ବିଷୟରେ ପ୍ରଥମ ସୂଚନା ପାଇଥିଲୁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଏହି ବିଷୟରେ ଆମର ଡାଟା ପ୍ରୋସେସର୍ ଦ୍ୱାରା ପ୍ରଭାବିତ ତଥ୍ୟ କେବଳ ୨୫ ମାର୍ଚ୍ଚ ଏବଂ ଏପ୍ରିଲ୍ ୫ରେ ଦିଆଯାଇଥିଲା। ଏହି ସାଇବର ଆକ୍ରମଣ ହୋଇଥିବା ଏୟାରଲାଇନ୍ସ କମ୍ପାନୀଗୁଡିକ ମଧ୍ୟରେ ମାଲେସିଆ ଏୟାରଲାଇନ୍ସ, ଫିନେୟାର, ସିଙ୍ଗାପୁର ଏୟାରଲାଇନ୍ସ, ଲୁଫଥାନ୍ସ ଏବଂ କ୍ୟାଥେ ପାସିଫିକ୍ ଅନ୍ତର୍ଭୁକ୍ତ |

ଏହି ସାଇବର ଆକ୍ରମଣରେ ନାମ, ଜନ୍ମ ତାରିଖ, ଯୋଗାଯୋଗ ବିବରଣୀ, ପାସପୋର୍ଟ ବିବରଣୀ, ଟିକେଟ୍ ସୂଚନା, ଷ୍ଟାର ଆଲାଇନ୍ସ ଏବଂ ଏୟାର ଇଣ୍ଡିଆ ଫ୍ରିକ୍ୱେନ୍ ଫ୍ଲାଏର ତଥ୍ୟ ଚୋରି ହୋଇଛି। ଷ୍ଟାର୍ ଆଲାଏନ୍ସ ହେଉଛି ଏକ ବିଶ୍ୱସ୍ତରୀୟ କମ୍ପାନୀ ଯାହା ସହ ଏୟାର ଇଣ୍ଡିଆ ଚୁକ୍ତି କରିଛି | କ୍ରେଡିଟ କାର୍ଡ ତଥ୍ୟ ଚୋରି ହୋଇଛି ବୋଲି କମ୍ପାନୀ କହିଥିଲେ ମଧ୍ୟ ସିଭିଭି କିମ୍ବା ସିଭିସି ନମ୍ବର ଚୋରି ହୋଇନାହିଁ। ସିଭିଭି ନମ୍ବର କାର୍ଡର ପଛ ଭାଗରେ ଥିବା ୩ ଅଙ୍କ ସଂଖ୍ୟା ଯାହା ପେମେଣ୍ଟ ପାଇଁ ଏଣ୍ଟ୍ରି କରିବାକୁ ପଡ଼ିଥାଏ | ଏୟାର ଇଣ୍ଡିଆ କହିଛି ଯେ ଆମେ ଏବଂ ଆମର ଡାଟା ପ୍ରୋସେସର୍ କାର୍ଯ୍ୟ ଜାରି ରଖିବୁ, ଏହି ସମୟରେ ଆମେ ଯାତ୍ରୀମାନଙ୍କୁ ପାସୱାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦେବୁୁ। ଯାତ୍ରୀମାନଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ |

Comments are closed.