ଭାରତରେ କମୁଛି ସଂକ୍ରମଣ: ଦିନକରେ ଆଉ ୨.୪୦ ଲକ୍ଷ ନୂଆ ମାମଲା, ୩୭୪୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ପ୍ରକୋପ ଧିରେ ଧିରେ ଥମିବାରେ ଲାଗିଛି । ତେବେ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨,୪୦,୮୪୨ ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହୁଛି । ଦିନକରେ ଏହି ଘାତକ ରୋଗରେ ଆଉ ୩୭୪୧ ଜଣଙ୍କ ମୃତ୍ୟୁ ହୋଇଛି । ପୁଣି ୩,୫୫,୧୦୨ ଲୋକ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ରେ ପହଞ୍ଚିଛି । ଏଯାବତ ଏହି ରୋଗରେ ୨ ଲକ୍ଷ ୯୯ ହଜାର ୨୬୬ ଜଣ ପ୍ରାଣ ହରାଇଥିବା ବେଳେ ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ସୁସ୍ଥ ହେଲେଣି । ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିଆସୁଛି । ଶନିବାର ସୁଦ୍ଧା ଦେଶରେ ୨୮ ଲକ୍ଷ ୫ ହଜାର ୩୯୯ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.