ରାଜ୍ୟରେ ୧୨ ହଜାର ୮୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୦୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୬୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୯୦୯, କଟକରୁ ୧ ହଜାର ୭୩, ଅନୁଗୁଳରୁ ୮୭୪, ସୁନ୍ଦରଗଡରୁ ୮୪୮, କଳାହାଣ୍ଡିରୁ ୬୬୮, ମୟୂରଭଞ୍ଜରୁ ୫୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୫୦୮, ଢେଙ୍କାନାଳରୁ ୪୮୨, ପୁରୀରୁ ୪୭୨, ବରଗଡରୁ ୪୬୧, ଝାରସୁଗୁଡାରୁ ୩୯୯, ସମ୍ବଲପୁରରୁ ୩୫୫, ବୌଦ୍ଧରୁ ୩୪୭, ନବରଙ୍ଗପୁରରୁ ୩୪୪, ଗଞ୍ଜାମରୁ ୩୪୦, ଯାଜପୁରରୁ ୩୩୭, ନୟାଗଡରୁ ୩୩୧, ଜଗତସିଂହପୁରରୁ ୩୦୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ୨୮୫, ବଲାଙ୍ଗୀରରୁ ୨୭୪, କୋରାପୁଟରୁ ୨୭୨, ରାୟଗଡାରୁ ୧୯୮, କେନ୍ଦୁଝରରୁ ୧୮୦, ଭଦ୍ରକରୁ ୧୫୧, ମାଲକାନଗିରରୁ ୧୧୪, ଦେବଗଡରୁ ୧୦୫, କନ୍ଧମାଳରୁ ୧୦୪, ଗଜପତିରୁ ୭୭, ନୂଆପଡାରୁ ୭୦, ସୋନପୁରରୁ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି ପାଇଥିବା ବେଳେ ୫ ଲକ୍ଷ ୭୭ ହଜାର ୯୮୩ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୧୧ ହଜାର ୮୬୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.