‘ହୁ’ରେ ବ୍ୟାପିଲା କରୋନା, ୬୫ କର୍ମଚାରୀ ସଂକ୍ରମିତ

ଜେନେଭା – କରୋନାରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏବେ ଏହି ମହାମାରୀ କବଳିତ ହୋଇପଡିଛି । ଜେନିଭା ସ୍ଥିତ ‘ହୁ’ର ମୁଖ୍ୟ କାର୍ଯ୍ୟାଳୟରେ କୋଭିଡ୍-୧୯ ସଂକ୍ରମଣ ବ୍ୟାପି ଯାଇଥିବା ସୂଚନା ମିଳିଛି । ଏଥିରେ ହୁ’ର ୬୫ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ହୁ’ର ଏକ ଆଭ୍ୟନ୍ତରୀଣ ଇ-ମେଲ ଗଣମାଧ୍ୟମରେ ଲିକ୍ ହେବା ପରେ ଏହାର ମୁଖ୍ୟ କାର୍ଯ୍ୟାଳୟରେ କରୋନା ସଙ୍କଟର ଖୁଲାସା ହୋଇଛି ।

‘ହୁ’ କିନ୍ତୁ ଏହାର ମୁଖ୍ୟ କାର୍ଯ୍ୟାଳୟରେ କରୋନା ସଂକ୍ରମଣ ବ୍ୟାପିଥିବା ଖବରକୁ ଖଣ୍ଡନ କରିଛି । ସ୍ୱିଜରଲାଣ୍ଡରେ କରୋନା ମାମଲା ବଢୁଥିବାରୁ କିଛି କର୍ମଚାରୀ ସଂକ୍ରମିତ ହୋଇଛନ୍ତି ବୋଲି ‘ହୁ’ କହିଛି । ସଂକ୍ରମିତ ହୋଇଥିବା ସଂଖ୍ୟାଧିକ କର୍ମଚାରୀ ଘରୁ କାମ କରୁଥିବା ବେଳେ ଆଉ ୩୨ ଆକ୍ରାନ୍ତ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ଏତେ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେବା ସ୍ପଷ୍ଟ କରୁଛି ଯେ ‘ହୁ’ ଏହି ମହାମାରୀକୁ ରୋକିବାକୁ ନେଇଥିବା ପଦକ୍ଷେପ ଯଥେଷ୍ଟ ହୋଇନାହିଁ ।

Comments are closed.