ବାତ୍ୟା ‘ୟାଶ୍‌’ ମୁକାବିଲା : ଅଧିକ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାକୁ ସହାୟତା ପାଇଁ ଗଲେ ୫ ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର – ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଦ୍ୱାରା ସୃଷ୍ଟି ହେବାକୁ ଥିବା ଯେକୈାଣସି ଆହ୍ୱାନର ମୁକାବିଲା ପାଇଁ ପୋଲିସ ବାହିନୀ ପ୍ରସ୍ତୁତ । ବାତ୍ୟା ୟାଶକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାକୁ ୫ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଠାଯାଇଛି ।

ବରିଷ୍ଠ ଅଧିକାରୀମାନେ ସ୍ଥାନୀୟ ଜିଲ୍ଲା ପୋଲିସକୁ ବାତ୍ୟା ମୁକାବିଲାର ସହାୟତା କରିବେ । କେନ୍ଦ୍ରାପଡା ଜିଲ୍ଲାକୁ ଆଇପିଏସ ଜେ.ଏନ ପଙ୍କଜ, ଜଗତସିଂହପୁର ଜିଲ୍ଲାକୁ ଆଇଜି (ଅପରେସନ ) ଅମିତାଭ ଠାକୁର, ଭଦ୍ରକ ଜିଲ୍ଲାକୁ ଆଇପିଏସ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ଜିଲ୍ଲାକୁ ଆଇପିଏସ ଦୀପ୍ତେଶ କୁମାର ପଟ୍ଟନାୟକ ଓ ମୟୂରଭଞ୍ଜ ଜିଲ୍ଲାକୁ ଅନିରୁଦ୍ଧ କୁମାର ସିଂହଙ୍କୁ ପଠାଯାଇଛି ।

Comments are closed.