ବାତ୍ୟା ମୁକାବିଲା ପାଇଁ ଓଡ୍ରାଫର ୬୦ଟି ଟିମ୍ ପ୍ରସ୍ତୁତ, ବାଲେଶ୍ୱର ଓ ଭଦ୍ରକରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କଲେ ଏଡିଜି ଜେଠୱା

ଭୁବନେଶ୍ୱର – ବାତ୍ୟା ୟାଶ୍‌ର ମୁକାବିଲା ପାଇଁ ଓଡ୍ରାଫର ୬୦ଟି ଟିମ୍ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁତୟନ କରାଯାଇଛି । ସେହିପରି ଓଡିଶା ପୋଲିସ ପକ୍ଷରୁ ୫୮ ପ୍ଲାଟୁନ ପୋଲିସ ଫୋର୍ସକୁ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଏଡିଜି ( ଆଇନ ଓ ଶୃଙ୍ଖଳା ) ୟଶୋବନ୍ତ ଜେଠୱା ବାଲେଶ୍ୱର ଓ ଭଦ୍ରକ ଗସ୍ତ କରି ବାତ୍ୟା ସ୍ଥାନାନ୍ତର ଓ ବାତ୍ୟା ପରବର୍ତ୍ତୀ ସ୍ଥିତି ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

Comments are closed.