ବାତ୍ୟା ପରବର୍ତ୍ତୀ ମରାମତି ଓ ପୁନରୁଦ୍ଧାର ପାଇଁ ଓଡିଶା ସରକାରଙ୍କ ସ୍ପେଶାଲ୍ ଲେବର ରେଟ୍

ଭୁବନେଶ୍ୱର- ବାତ୍ୟା ୟାସ୍ ପରବର୍ତ୍ତୀ ମରାମତି ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ଓଡିଶା ସରକାର ସ୍ୱତନ୍ତ୍ର ଲେବର ରେଟ୍ ଘୋଷଣା କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪୬୨ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୫୨୨ ଟଙ୍କା ଓ କୁଶଳୀ ଶ୍ରମିକଙ୍କ ପାଇଁ ୫୯୭ ଟଙ୍କା ଘୋଷଣା କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ଧାର୍ଯ୍ୟ ରେଟ୍ ଠାରୁ ଓଡିଶା ସରକାରଙ୍କ ସ୍ପେଶାଲ୍ ଲେବର ରେଟ୍ ୫୦ ପ୍ରତିଶତ ଅଧିକ । ଦିନକୁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି ।

Comments are closed.