ବାତ୍ୟା ମୁକାବିଲା ସ୍ଥିତି ନେଇ ସଂଧ୍ୟାରେ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ୟାଶ୍ ମାଡିଆସୁଥିବା ବେଳେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏହାର ପ୍ରଭାବ ପଡିବାରେ ଲାଗିଛି । ପ୍ରବଳ ବର୍ଷା ସହ ପବନ ଲାଗି ରହିଛି । ଆସନ୍ତାକାଲି ମଧ୍ୟାହ୍ନରେ ୟାଶ ଭଦ୍ରକ ଜିଲ୍ଲା ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟା ୫ଟା ୩୦ ମିନିଟରେ ବୈଠକ ଡାକିଛନ୍ତି ।

ବୈଠକରେ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରାଯିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଛନ୍ତି ।

Comments are closed.