ରାଜ୍ୟରେ ଦିନକରେ ୬ ହଜାର ୭୩୬ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାରରୁ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୭୩୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୭୭୪ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୯୬୨ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮, ସୁନ୍ଦରଗଡରୁ ୭୨୦, ଖୋର୍ଦ୍ଧା ଜିଲ୍ଲାରୁ ୫୧୭, ବରଗଡରୁ ୪୦୫, ଯାଜପୁରରୁ ୩୭୪, କଟକରୁ ୩୬୨ ଓ ସମ୍ବଲପୁରରୁ ୩୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ନବରଙ୍ଗପୁରରୁ ୨୮୧, ପୁରୀରୁ ୨୬୫, ବୌଦ୍ଧରୁ ୨୬୨, କଳାହାଣ୍ଡିରୁ ୨୪୧, କୋରାପୁଟରୁ ୨୧୯, ନୟାଗଡରୁ ୨୦୭, ଭଦ୍ରକରୁ ୨୦୬,ଗଞ୍ଜାମରୁ ୧୯୬, ଢେଙ୍କାନାଳରୁ ୧୭୮, ବଲାଙ୍ଗିରରୁ ୧୪୪, ରାୟଗଡାରୁ ୧୨୩, ଝାରସୁଗୁଡାରୁ ୧୨୦, ଜଗତସିଂହପୁରରୁ ୧୦୬, କନ୍ଧମାଳରୁ ୮୫, ସୋନପୁରରୁ ୮୨, ଗଜପତିରୁ ୮୦, ବାଲେଶ୍ୱରରୁ ୭୧, ଦେବଗଡରୁ ୬୪, ନୂଆପଡାରୁ ୪୮, ମୟୂରଭଞ୍ଜରୁ ୩୪, କେନ୍ଦ୍ରା ପଡା ଓ କେନ୍ଦୁଝର ଜିଲ୍ଲାରୁ ୨୪ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.