ବୁଢାବଳଙ୍ଗ,ବୈତରଣୀରେ ବନ୍ୟା ସ୍ଥିତି ନାହିଁ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବହୁ ଗାଁ ଜଳମଗ୍ନ : ଏସଆରସି

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ନାହିଁ । ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଧୀରେ ଧୀରେ ଜଳସ୍ତର ହ୍ରାସ ପାଇବ । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । କେନ୍ଦୁଝର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଉଛି ।

ନଦୀବନ୍ଧଗୁଡିକ ଉପରେ ତୀକ୍ଷଣ  ନଜର ରଖାଯାଇଛି । ତଳିଆ ଅଂଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଏସଆରସି ଜେନା କହିଛନ୍ତି । କେନ୍ଦୁଝର ଜିଲ୍ଲାରେ ସକାଳ ୮ଟା ସୁଦ୍ଧା ପ୍ରବଳ ବର୍ଷା ହୋଇଛି । ଭଦ୍ରକରେ ବନ୍ୟା ଆଶଙ୍କାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମୁଦ୍ର ପାଣି ସହ ବର୍ଷା ଯୋଗୁଁ ବହୁ ଗାଁ ଜଳମଗ୍ନ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ପାଣି ଖସିବା ପରେ ରାସ୍ତା ମରାମତି କାମ ଶେଷ ହେବ ।

Comments are closed.