କାଲି ଓଡିଶା ଆସିବେ ମୋଦି, ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ସହ ବାଲେଶ୍ୱର ଓ ଭଦ୍ରକର କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ ପରିଦର୍ଶନ

ନୂଆଦିଲ୍ଲୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କଲାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରି ବାତ୍ୟା ୟାଶ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଓଡିଶା ଆସି ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ । ପରେ ସେ ବାଲେଶ୍ୱର, ଭଦ୍ରକର ବାତ୍ୟା ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ମଧ୍ୟ ଯିବେ ।

Comments are closed.