କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ରିପୋର୍ଟ ୨୪ ଘଂଟାରେ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର- କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ରିପୋର୍ଟ ୨୪ ଘଂଟାରେ ପ୍ରସ୍ତୁତ ହେବ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୌର କମିଶନର, ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟରେ କୋଭିଡ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ ପାଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରିପୋର୍ଟ ପ୍ରସ୍ତୁତ ହେଲେ ୨୪ ଘଂଟାରେ କେଉଁ ଜିଲ୍ଲାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ,ତାହା ଜଣାପଡିଯିବ ।

Comments are closed.