ଭୁବନେଶ୍ୱରରେ ପହଂଚିଲା ଚୀନ୍‌ରୁ ଆସିଥିବା ଅକ୍ସିଜେନ୍

ଭୁବନେଶ୍ୱର- ଚୀନରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର । ବିମାନ ଯୋଗେ ଭୁବନେଶ୍ୱରରେ ଅକ୍ସିଜେନ ସିଲିଣ୍ଡର ପଂହଚିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଟ୍ୱିଟ୍ କରିଛନ୍ତି ।

ଅକ୍ସିଜେନ ଅଭାବରୁ ରାଜ୍ୟର କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ରହିଛି । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଖୁବ୍ ଶୀଘ୍ର ଅକ୍ସିଜେନ ବିଭିନ୍ନ ହସପିଟାଲକୁ ଯୋଗାଇ ଦିଆଯିବ ।

Comments are closed.