ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ଲାଗିବ କି ରୋକ୍ ? ସୋମବାର ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିବାକୁ ଅନୁମତି ଦିଆଯିବ କି ନାହିଁ ସେନେଇ ଦିଲ୍ଲୀ ହାଇକୋର୍ଟ ସୋମବାର ରାୟ ଶୁଣାଇବେ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦାବିରେ ଆଗତ ଏକ ପିଟିସନର ମୁଖ୍ୟ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ।

ଅନୁବାଦକ ଅନ୍ୟା ମାଲହୋତ୍ରା ଏବଂ ଐତିହାସିକ ତଥା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ସୋହେଲ ହାଶମୀଙ୍କ ମିଳିତ ଆବେଦନ ଉପରେ ଶୁଣାଣି କରି କୋର୍ଟ ମଇ ୧୭ରେ ରାୟ ସଂରକ୍ଷିତ ରଖିଥିଲେ। ଉଭୟ ସେମାନଙ୍କ ଆବେଦନରେ ଯୁକ୍ତି ଦର୍ଶାଇଥିଲେ ଯେ ଏହି ପ୍ରକଳ୍ପ ଆବଶ୍ୟକୀୟ କାର୍ଯ୍ୟ ନୁହେଁ ଏବଂ ଏହାକୁ କିଛି ସମୟ ପାଇଁ ବନ୍ଦ କରିହେବ |

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନ ସହ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ବାସଭବନ ଏବଂ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟାଳୟ ନିର୍ମାଣ ହେବ। ଏହି ପ୍ରକଳ୍ପ ଅଧୀନରେ ବର୍ତ୍ତମାନର ସଂସଦ ଗୃହ ସ୍ଥାନରେ ଏକ ତ୍ରିଭୁଜ ଆକାରର ସଂସଦ ଗୃହ ନିର୍ମାଣ ହେବ।

Comments are closed.