ଦାଦାସାହେବ ଫାଲକେ ପୁରସ୍କାର ବିଜେତା କିମ୍ବଦନ୍ତୀ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା – କିମ୍ବଦନ୍ତୀ ଅଭିନେତା ତଥା ଦାଦାସାହେବ ଫାଲକେ ପୁରସ୍କାର ବିଜେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ମାସାଧିକ କାଳ ବିଭିନ୍ନ ରୋଗରେ ପୀଡିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ବଙ୍ଗଳା କଳାତ୍ମକ ଓ ମୁଖ୍ୟସ୍ରୋତ ଚଳଚ୍ଚିତ୍ରର ଜଣେ ଆଗଧାଡିର ଅଭିନେତା ଥିଲେ ସୌମିତ୍ର ଚାଟାର୍ଜୀ ।

ମହାନ ନିର୍ମାତା, ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ପ୍ରିୟ ଅଭିନେତା ଭାବେ ସେ ଜଣାଶୁଣା । ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ‘ଅପୁର ସଂସାର’ ରୁ ଫିଲ୍ମ କ୍ୟାରିଅନ ଆରମ୍ଭ କରିଥିଲେ ସୌମିତ୍ର । ସତ୍ୟଜିତଙ୍କ ୧୪ଟି ଫିଲ୍ମରେ ସେ ଅଭିନୟ କରିଥିଲେ । ୨୦୧୨ରେ ଏହି ମହାନ ଅଭିନେତାଙ୍କୁ ଭାରତୀୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Comments are closed.