୫ଜି ଟେକ୍ନୋଲୋଜି ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ୨୦ ଲକ୍ଷ ଜରିମାନା ଲଗାଇଲେ

ନୂଆଦିଲ୍ଲୀ: ୫ଜି ୱାୟାରଲେସ୍ ଟେକ୍ନୋଲୋଜି ବିରୋଧରେ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ୫ଜି ଟୋକ୍ନୋଲେଜି ମଣିଷ ଓ ପରିବେଶ ପାଇଁ କ୍ଷତିକାରକ ବୋଲି ଜୁହି ନିଜ ଆବେଦନରେ ଦର୍ଶାଇଥିଲେ ।

ଜୁହିଙ୍କ ଆବେଦନକୁ ଖାରଜ କରିବା ସହ କୋର୍ଟ କହିଛନ୍ତି ଯେ ସେ ନ୍ୟାୟିକ ପ୍ରକ୍ରିୟାର ଅପବ୍ୟବହାର କରିଛନ୍ତି । ଏଥିପାଇଁ ଜୁହିଙ୍କ ଉପରେ ହାଇକୋର୍ଟ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।

ହାଇକୋର୍ଟ କହିଥିଲେ, ଜୁହି ଏହି ଆବେଦନ କେବଳ ପବ୍ଲିସିଟି ପାଇଁ କରିଛନ୍ତି । ଜୁହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ବେଳେ ଏହାର ଲିଙ୍କ୍ ସେ ଜାଣିଶୁଣି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଶୁଣାଣି ବେଳେ ଜଣେ ବ୍ୟକ୍ତି ଜୁହିଙ୍କ ଅଭିନୀତ ଫିିଲ୍ମର ଗୀତ ଗାଇ ବାରମ୍ବାର ବାଧା ସୃଷ୍ଟି କରିଥିଲେ । ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.