ଦିଲ୍ଲୀପ କୁମାର ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ବର୍ଷିୟାନ ଅଭିନେତା ତଥା ‘ଟ୍ରାଜେଡ଼ି କିଙ୍ଗ୍‌’ ଭାବେ ପରିଚିତ ଦିଲ୍ଲୀପ କୁମାର ଅସୁସ୍ଥ ହୋଇପଡିଛନ୍ତି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ପତ୍ନୀ ସାଏରା ବାନୁ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି ।

ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଦିଲ୍ଲୀପ କୁମାରଙ୍କୁ ଆଜି ସକାଳ ୮ଟା ୩୦ ମିନିଟ୍‌ରେ ଏକ ଅଣ-କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ନୀତିନ ଖୋଗଲେଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ତାଙ୍କର ଚିକିତ୍ସା ଚାଲିଛି । ଆପଣମାନେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ୯୮ ବର୍ଷୀୟ ଅଭିନେତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି ।

ଦେଶରେ କୋଭିଡ୍‌-୧୯ ବ୍ୟାପିବା ପରଠୁ ଦିଲ୍ଲୀପ କୁମାର କାହା ସହ ସାକ୍ଷାତ କରୁନାହାନ୍ତି । ତାଙ୍କର ପୂର୍ବରୁ ଶ୍ୱାସଗତ ସମସ୍ୟା ଅଛି । ଏଥିପାଇଁ ଏହି କିମ୍ବଦନ୍ତୀ ଅଭିନେତା ଗତମାସରେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Comments are closed.