ଆହୁରି ଖସିଲା ସଂକ୍ରମଣ, ଦେଶରେ ଆଉ ଲକ୍ଷେ ନୂଆ ମାମଲା, ୨୪୨୭ ମୃତ

ନୂଆଦିଲ୍ଲ: ଭାରତରେ କରୋନା ଦ୍ୱିତୀୟ ଲହରୀର ତୀବ୍ରତା କ୍ରମାଗତ କମି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ କେବଳ ୧ ଲକ୍ଷ ୬୩୬ ମାମଲା ସାମ୍ନାକୁ ଆସିଛି । ୬୧ ଦିନ ପରେ ସବୁଠୁ କମ୍ ମାମଲା ରିପୋର୍ଟ କରାଯାଇଛି । ଦିନକରେ ଏହି ଘାତକ ରୋଗରେ ଆଉ ୨୪୨୭ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ ୭୪ ହଜାର ୩୯୯ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ମୋଟ କରୋନା ମାମଲା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ରେ ପହଞ୍ଚିଛି । ଏଯାବତ୍ ୨ କୋଟି ୭୧ ଲକ୍ଷ ୫୯ ହଜାର ୧୮୦ ଲୋକ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୪୯ ହଜାର ୧୮୬ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । ରବିବାର ସୁଦ୍ଧା ଭାରତରେ ୧୪ ଲକ୍ଷ ୧ ହଜାର ୬୦୯ ସକ୍ରିୟ ରୋଗୀ ଅଛନ୍ତି । ଏଯାବତ୍ ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ କୋଭିଡ୍ ଟିକା ଡୋଜ୍ ଦିଆଯାଇଛି ।

Comments are closed.