ରାଜ୍ୟରେ କମୁଛି ଦୈନିକ କୋରୋନା ସଂକ୍ରମଣ, ୬୧୧୮ ନୂଆ ଆକ୍ରାନ୍ତ, ହଟସ୍ପଟ ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମଣ ସଂଖ୍ୟା ୫ ଶହରୁ ତଳେ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୭ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୧୮ ନୂଆ ସଂକ୍ରମିତ । ସଙ୍ଗରୋଧ କେନ୍ଦ୍ରରୁ ୩ ହଜାର ୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୬୬୫ ଚିହ୍ନଟ ହୋଇଛନ୍ତି । ହଟସ୍ପଟ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଥର ପାଇଁ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳକୁ ଖସିଛି ।ଖୋର୍ଦ୍ଧା ଜିଲ୍ଲାରୁ ୪୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଓ ଯାଜପୁର ଜିଲ୍ଲାରୁ ୫୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୪୧୬, ପୁରୀରୁ ୩୯୮, ମୟୂରଭଞ୍ଜରୁ ୩୫୨, ସୁନ୍ଦରଗଡରୁ ୨୭୨, ଭଦ୍ରକରୁ ୨୨୮, କେନ୍ଦ୍ରାପଡାରୁ ୨୨୭, ଜଗତସିଂହପୁରରୁ ୨୧୮, ବାଲେଶ୍ୱରରୁ ୧୯୫, କୋରାପୁଟରୁ ୧୮୦, ନବରଙ୍ଗପୁରରୁ ୧୬୬, ବରଗଡରୁ ୧୬୪, ନୟାଗଡରୁ ୧୬୧, କେନ୍ଦୁଝରରୁ ୧୫୫, କନ୍ଧମାଳରୁ ୧୪୩, ଢେଙ୍କାନାଳରୁ ୧୨୩, ବୌଦ୍ଧରୁ ୧୧୨, ରାୟଗଡାରୁ ୧୦୮, ମାଲକାନଗିରିରୁ ସମ୍ବଲପୁରରୁ ୧୦୩, ଗଞ୍ଜାମରୁ ୯୩, ଝାରସୁଗୁଡାରୁ ୮୬, ବଲାଙ୍ଗିରରୁ ୮୩, କଳାହାଣ୍ଡିରୁ ୮୦, ସୋନପୁରରୁ ୫୨, ନୂଆପଡାରୁ ୩୬,ଗଜପତିରୁ ୩୦, ଦେବଗଡରୁ ୨୯ ଚିହ୍ନଟ ହୋଇଛନ୍ତି ।

Comments are closed.