୭ରୁ ୧୦ ଦିନ ମଧ୍ୟରେ ରାଜ୍ୟରେ କୋରୋନା ସଂକ୍ରମଣ ହାର ଆହୁରି ହ୍ରାସ ପାଇବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ସଂକ୍ରମଣ ହ୍ରାସ ହେବା ଟ୍ରେଣ୍ଡ୍ ଜାରି ରହିଛି । ଆସନ୍ତା ସପ୍ତାହ ବା ୧୦ ଦିନ ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ଆହୁରି ହ୍ରାସ ପାଇବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଏବେ ୬୦ ପ୍ରତିଶତ ରୋଗୀ ଗୁୁରୁତର ଅଛନ୍ତି । ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ଗୁରୁତର ରୋଗୀମାନେ ପ୍ରାଣ ହରାଉଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିଥିବା ସେ ଦର୍ଶାଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୧ ଜଣଙ୍କ ମୃତ୍ୟୁ ସହ କୋରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି ।
ରାଜ୍ୟରେ ଏବେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ଉପରେ ପ୍ରାଥମିକତା ଦିଆଯାଉଛି ।

Comments are closed.