କୋଭିଡ ଚିକିତ୍ସା ପାଇଁ ରାଜ୍ୟକୁ ଆସିବ ଇସିଏମଓ ମେସିନ

ଭୁବନେଶ୍ୱର- କୋଭିଡ ଚିକିତ୍ସାରେ ଏକ୍ସଟ୍ରାକର୍ପୋରିୟଲ ମେଂବ୍ରାନ୍ସ ଅକ୍ସିଜେନେସନ୍ –ଇସିଏମଓ ମେସିନର ବ୍ୟବହାର ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଏହି ମେସିନର ବ୍ୟବହାର ଆମ ଦେଶରେ ଏତେ ନ ଥିଲା । ସେ ଜାଣିବାରେ ବର୍ତ୍ତମାନ ଦେଶରେ ୨୧ଟି ପଂଜୀକୃତ ଇସିଏମଓ ୟୁନିଟ ରହିଛି । ଏବେ କୋଭିଡ ମହାମାରୀ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଥିବା ଡିଏମଇଟି କହିଛନ୍ତି । ରାଜ୍ୟକୁ ୬ଟି ୟୁନିଟ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି । ଇସିଏମଓ ମେସିନ କଟକ ଏସସିବିରେ ରହିବ ବୋଲି ସେ କହିଛନ୍ତି ।

Comments are closed.