ରାଜ୍ୟର କୋଭିଡ ସ୍ଥିତିରେ ଦ୍ରୁତ ଉନ୍ନତି, ୬ ହଜାର ତଳେ ଦୈନିକ ସଂକ୍ରମଣ, ୫୮୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହେଉଛି । ଖସିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୬ ହଜାର ତଳକୁ ଖସିଛି ସଂକ୍ରମଣ । ୫ ହଜାର ୮୯୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୩୩୨ ଓ ସ୍ଥାନୀୟ ସଂକ୍ରମଣରୁ ୨ ହଜାର ୫୬୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୪୧୩, ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୨, ଭଦ୍ରକରୁ ୩୭୦, କଟକରୁ ୩୪୯, ଢେଙ୍କାନାଳରୁ ୩୦୬, ମୟୂରଭଞ୍ଜରୁ ୨୬୧, ପୁରୀରୁ ୨୪୧, କେନ୍ଦ୍ରାପଡାରୁ ୨୩୫, ଜଗତସିଂହପୁରରୁ ୨୩୨, ନୟାଗଡରୁ ୧୭୭, ନବରଙ୍ଗପୁରରୁ ୧୭୪, ରାୟଗଡାରୁ ୧୬୬, କେନ୍ଦୁଝରରୁ ୧୩୦, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬, ସୁନ୍ଦରଗଡରୁ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୦ରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ୧୨ଟି ଜିଲ୍ଲା ଅଛନ୍ତି । ବରଗଡରୁ ୯୯, ସମ୍ବଲପୁରରୁ ୯୨, ସୋନପୁରରୁ ୭୭, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୭୩, କନ୍ଧମାଳରୁ ୬୫, ଝାରସୁଗୁଡାରୁ ୫୪, କଳାହାଣ୍ଡିରୁ ୫୩, ଗଜପତିରୁ ୪୪, ନୂଆପଡାରୁ ୩୭, ଗଞ୍ଜାମରୁ ୩୫, ଦେବଗଡରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ସଂକ୍ରମିତଙ୍କ ସଂଖ।। ୮ ଲକ୍ଷ ୨୫ ହଜାର ୧୧୦କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୪୭ ହଜାର ୮୦୫ ରୋଗୀ । ୭୪ ହଜାର ୧୭୨ ଚିକିତ୍ସାଧୀନ ଅଛନ୍ତି ।

Comments are closed.