ରାଜ୍ୟରେ ଆଉ ୪୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ । ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୮୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬, କଟକ, କଳାହାଣ୍ଡିରୁ ୫ ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ବୌଦ୍ଧ ଓ ଝାରସୁଗୁଡାରୁ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବରଗଡରୁ ୨ ଓ ରାୟଗଡାରୁ ମଧ୍ୟ ୨ ଜଣ ପ୍ରାଣ ହରାଇଛନ୍ତି । ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.