କରୋନା ଅପଡେଟ୍: କ୍ରମାଗତ ଦ୍ୱିତୀୟ ଦିନ ଲକ୍ଷେରୁ କମ୍ ସଂକ୍ରମିତ ଚିହ୍ନଟ, ଆଉ ୯୨,୫୯୬ ନୂଆ ମାମଲା

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ଦେଶରେ କରୋନା ସଂକ୍ରମଣର ଏକ ଲକ୍ଷରୁ କମ୍ ନୂଆ ମାମଲା ରୁଜୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୯୨ ହଜାର ୫୯୬ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୨୨୧୯ ଲୋକ ପ୍ରାଣ ହରାଇଛନ୍ତି। ଏହାଛଡା ପୁଣି ଏକ ଲକ୍ଷ ୬୨ ହଜାର ୬୬୪ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଗତ ଦିନରେ ୭୨,୨୮୭ ସକ୍ରିୟ ମାମଲା ହ୍ରାସ ଘଟିଛି | ଏହାପୂର୍ବରୁ ସୋମବାର ଦିନ ଦେଶରେ ୮୬,୪୯୮ ମାମଲା ଚିହ୍ନଟ ହୋଇଥିଲା ।

ଆଜି କ୍ରମାଗତ ୨୭ ଦିନ ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଦେଶରେ ଏଯାବତ୍ ମୋଟ କରୋନା ମାମଲା ଦୁଇ କୋଟି ୯୦ ଲକ୍ଷ ୮୯ ହଜାରକୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ଦୁଇ କୋଟି ୭୫ ଲକ୍ଷ ୪ ହଜାର ୧୨୬ | କୋଭିଡ-୧୯ରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୫୩ ହଜାର ୫୨୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ ୧୨ ଲକ୍ଷ ୩୧ ହଜାର ୪୧୫ ସକ୍ରିୟ ମାମଲା ଅଛି ।

ଜୁନ୍ ୮ ପର୍ଯ୍ୟନ୍ତ ସାରା ଦେଶରେ ୨୩ କୋଟି ୯୦ ଲକ୍ଷ ୫୮ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ମଙ୍ଗଳବାର ୨୭ ଲକ୍ଷ ୭୬ ହଜାର ଟିକା ଦିଆଯାଇଥିଲା। ଏହାଛଡ଼ା ଏପର୍ଯ୍ୟନ୍ତ ୩୭ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୨୦ ଲକ୍ଷ କରୋନା ନମୁନା ପରୀକ୍ଷଣ କରାଯାଇଥିଲା, ଯାହାର ପଜିଟିଭିଟି ହାର ୪ ପ୍ରତିଶତରୁ ଅଧିକ |

Comments are closed.