ପୁଣି ଜବତ ହେଲା ଧଳା ଜହର, ରାଜଧାନୀରୁ ୨୫୪ ଗ୍ରାମ ବ୍ରାଉନ ସୁଗାର ଜବତ, ଆନୁମାନିକ ମୂଲ୍ୟ ୨୫ ଲକ୍ଷ, ଜଣେ ଗିରଫ

ଭୁବନେଶ୍ୱର- ରାଜଧାନୀରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଖଣ୍ଡଗିରି କଳିଙ୍ଗନଗର ଅଂଚଳରୁ ଏହି ବ୍ରାଭନସୁଗାର ଜବତ ହୋଇଛି । ଏହି ଘଟଣାରେ ଦଶପଲ୍ଲା ଅଂଚଳର ମୁନା ସେଠୀକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ବାଇକ୍ ଓ କାର୍ ଜବତ କରାଯାଇଛି ।

Comments are closed.