୭ଟି ସରକାରୀ ହସପିଟାଲରେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ସରକାରୀ ହସପିଟାଲରେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲ ପରିସର, କୋରାପୁଟର ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ ଓ କଲେଜ ପରିସର, ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସର, ବୁର୍ଲାର ବୀର ସୁରେନ୍ଦ୍ର ସାଏ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ପରିସର, କଟକର ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସର ଓ ଭୁବନେଶ୍ୱର କ୍ୟାପିଟାଲ୍ ହସପିଟାଲ ଏବଂ ନବରଙ୍ଗପୁରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଭିଡିଓ କନଫରେନସିଂ ଜରିଆରେ କରିବେ ମୁଖ୍ୟମନ୍ତ୍ରୀ । ଅକ୍ସିଜେନ ଉତ୍ପାଦନ, ସଂରକ୍ଷଣ ଓ ବଂଟନ ବ୍ୟବସ୍ଥାର ବି ଶୁଭାରମ୍ଭ ହେବ ।

Comments are closed.