ନିୟନ୍ତ୍ରଣରେ କୋରୋନା, ଦିନକରେ ୬୦୯୭ ନୂଆ ଆକ୍ରାନ୍ତ , କିଛି ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପୁଣି ହଜାରେ ଉପରେ

ଭୁବନେଶ୍ୱର- ରାଜ୍ୟରେ ଆଉ ୬ ହଜାର ୯୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୪୪୬ ଏବଂ ସ୍ଥାନୀୟ ଅଂଚଳରୁ ୨ ହଜାର ୬୫୧ ଚିହ୍ନଟ ହୋଇଛନ୍ତି ।

କିଛି ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ୧ ହଜାରରୁ ଅଧିକ ରହିଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୧୭ ନୂଆ ଆକ୍ରାନ୍ତ । କଟକ ଜିଲ୍ଲାରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ୱରରୁ ୩୯୨, ମୟୂରଭଞ୍ଜରୁ ୨୯୭, ଅନୁଗୁଳରୁ ୨୯୫, ପୁରୀରୁ ୨୯୧, କେନ୍ଦ୍ରାପଡାରୁ ୨୫୩, ଭଦ୍ରକରୁ ୨୪୬, ଜଗତସିଂହପୁରରୁ ୨୨୬, ସୁନ୍ଦରଗଡରୁ ୨୦୮, ନବରଙ୍ଗପୁରରୁ ୧୪୬, ବୌଦ୍ଧରୁ ୧୩୦, କୋରାପୁଟରୁ ୧୨୬, କେନ୍ଦୁଝରରୁ ୧୨୩, ନୟାଗଡରୁ ୧୨୦, ରାୟଗଡାରୁ ୧୨୦, କନ୍ଧମାଳରୁ ୧୧୨, ବରଗଡରୁ ୧୦୭ ଓ ସମ୍ବଲପୁରରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଂଟା ମଧ୍ୟରେ ଦୈନିକ କୋରୋନା ସଂକ୍ରମଣ ଦୁଇ ଅଙ୍କ ଥିବା ଜିଲ୍ଲାଗୁଡିକ ମଧ୍ୟରୁ ମାଲକାନଗିରିରୁ ୮୪, ବଲାଙ୍ଗିରରୁ ୭୭, କଳାହାଣ୍ଡିରୁ ୭୭, ଢେଙ୍କାନାଳରୁ ୭୩, ସୋନପୁରରୁ ୬୪, ଗଜପତିରୁ ୭୮, ଗଞ୍ଜାମରୁ ୪୫, ଝାରସୁଗୁଡାରୁ ୪୨, ନୂଆପଡାରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.