ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର- ବିଶିଷ୍ଟ ଶିକ୍ଷାବିତ, ସାମାଜିକ କର୍ମୀ ଓ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଯାଇଛି । ରାଜ୍ୟ ସୂଚନା କମିଶନର ବି ଥିଲେ ସ୍ୱର୍ଗତଃ ରାଧାମୋହନ । ଗତକାଲି ତାଙ୍କର ଦେହାନ୍ତ ହୋଇଛି । ତାଙ୍‌ତୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ ସେ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ରାଧାମୋହନ ଓ ତାଙ୍କ ଝିଅ ସାବରମତି ପରିବେଶ ସଂରକ୍ଷଣ ପାଇଁ ଗତବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ୩୦ ବର୍ଷ କାଳ ପରିଶ୍ରମ କରି ବାପ-ଝିଅ ନୟାଗଡ ଜିଲ୍ଲାରେ ଏକ ଅନୁର୍ବର ଭୂମିକୁ ସବୁଜ ଜଙ୍ଗଲରେ ପରିଣତ କରିଥିଲେ ।

Comments are closed.