ଆଗରୁ ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ହିଁ ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା । ଏହା ହିଁ ମୃତ୍ୟୁ ସଂଖ୍ୟା ବଢିବାର କାରଣ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅଧିକ ରୋଗୀ ଆଇୟୁସିରେ ଥିଲେ ବୋଲି ସେ କହିଛନ୍ତି । ଏବେ ଦୈନିକ ସଂକ୍ରମଣ କମିଛି । ଆଗକୁ ମୃତ୍ୟୁ ସଂଖ୍ୟା ବି କମିବ ବୋଲି ଡିଏମଇଟି କହିଛନ୍ତି । ସଂକ୍ରମଣ କମୁଛି ବୋଲି ଲୋକେ ସଚେତନ ନ ହେଲେ ବିପଦକୁ ପୁଣି ଟାଣି ହୋଇଯିବେ । ଲକଡାଉନ ଅଧିକ ଦିନ ହେଲେ ଗରିବ ଲୋକ, ବୁଲା ବେପାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିସ୍ଥିତିକୁ ଦେଖି ଅନଲକ୍ ପ୍ରକ୍ରିୟା ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Comments are closed.