ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଭକ୍ତଙ୍କ ଲାଗି ମନ୍ଦିର ଖୋଲିବା ସଂପର୍କରେ ବିସ୍ତୃତ ଆଲୋଚନା ସମ୍ଭାବନା

ପୁରୀ- ପୁରୀରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସୁଛି । ବୈଠକରେ ଗଜପତି ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ । ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ବୈଠକରେ ବିସ୍ତୃୃତ ଭାବେ ଆଲୋଚନା ହେବା ସମ୍ଭାବନା ରହିଛି । ଏହାଛଡା ନାଗାର୍ଜୁନ ବେଶ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରାଯିବ । ଶ୍ରୀମନ୍ଦିର ବଜେଟ୍‌,ଜମିଜମା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ ।

Comments are closed.