ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥ ବିଷୟରେ କିଛି ଜାଣିବା କଥା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି ପ୍ରତିମା ତିନିଜଣ ଙ୍କୁ ଆମେ ଦର୍ଶନ କରୁଥିଲେ ମଧ୍ୟ ଆଉ ତିନୋଟି ପ୍ରତିମା ରଥ ପ୍ରତିଷ୍ଠା ରେ ପ୍ରତିଷ୍ଠିତ ହୋଇ ରଥର ମଧ୍ୟ ଭାଗରେ ବିରାଜମାନ କରିଥାନ୍ତି। ସେମାନେ ହେଉଛନ୍ତି ନୃସିଂହ, ବାସୁଦେବ ଏବଂ ଜଯଦୁର୍ଗା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥର ନାମ ହେଉଛି ” ,ନନ୍ଦିଘୋଷ ରଥ “। ନନ୍ଦିଘୋଷ ରଥର ଅନ୍ୟ ଦୁଇଟି ନାମ ହେଉଛି ” ଗରୁଡ ଧ୍ୱଜ ” ବା ” କପିଳଧ୍ଵଜ “। ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କ ଚଳନ୍ତି ବିଗ୍ରହ ମଦନମୋହନ ରଥର ଓ ଉର୍ଦ୍ଧ୍ଵ ଭାଗରେ ବାସୁଦେବ ବିଜେ କରିଥାନ୍ତି।

ନନ୍ଦିଘୋଷ ରଥ ସମୁଦାୟ ୭୪୨ ଖଣ୍ଡ କାଠରେ ନିର୍ମିତ ହୋଇଥାଏ। ଏହି ରଥର ଉଚ୍ଚତା ୪୫ ଫୁଟ ୬ ଇଞ୍ଚ। ରଥର ଚକ ସଂଖ୍ୟା ୧୬ ଏବଂ ପ୍ରତି ଚକର ଉଚ୍ଚତା ୬ ଫୁଟ ହୋଇଥାଏ।

ନନ୍ଦିଘୋଷ ରଥର ୧୬ ଚକ ର ନାମ ହେଉଛି:- (୧) ବିଷ୍ଣୁସିଦ୍ଧ , (୨) ବିଭୁତି, (୩) ଅଣିମା, (୪) ପ୍ରଜ୍ଞା,(୫) ଧୀ, (୬) ଜ୍ଞାନ, (୭) ପ୍ରେମ, (୮) ଆଶକ୍ତ, (୯) ରତି, (୧୦) କେଳି, (୧୧) ସତ୍ୟ, (୧୨) ସୁଶୁପ୍ତି, (୧୩) ଜାଗୃତି, (୧୪) ତୁରୀୟ, (୧୫) ଆତ୍ମ, (୧୬) ନିର୍ବାଣ ।

ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ

Comments are closed.