ରାଜ୍ୟରେ ଆଉ ୪୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ଆଉ ୪୨ ରୋଗୀଙ୍କ ମୃତ୍ୟୁ ସହ ଓଡିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ପୁରୀ, ଖୋର୍ଦ୍ଧା, କଟକ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଜଗତସିଂହପୁର, କଳାହାଣ୍ଡି, ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର, ନୂଆପଡା, କେନ୍ଦ୍ରାପଡା, ଦେବଗଡ, ବଲାଙ୍ଗିର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.