କୋରୋନା କଟକଣା ମଧ୍ୟରେ ଏ ବର୍ଷ ମଧ୍ୟ ସମ୍ବଲପୁର ଶୀତଳଷଷ୍ଠୀ, ଆଜି ରାତିରେ ଦେବଦଂପତ୍ତିଙ୍କ ବିହାହ

ସମ୍ବଲପୁର – ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ସହ ମାଆ ପାର୍ବତୀଙ୍କ ବିବାହ ଉତ୍ସବ । ଗତବର୍ଷ ଭଳି ଏଥର ମଧ୍ୟ କୋଭିଡ କଟକଣାରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ନିରାଡମ୍ବର ଭାବେ ପାଳନ କରାଯିବ । ସମ୍ବଲପୁର ନନ୍ଦପଡାର ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଯାଗେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କ ବିବାହ ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟାନ୍ୟ ଶୈବପୀଠରେ ମଧ୍ୟ କୋରୋନା କଟକଣାରେ ଶୀତଳଷଷ୍ଠୀ ପର୍ବ ପାଳନ ହେଉଛି ।

Comments are closed.