ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲା: ଇଟାଲୀ ନୌସୈନିକଙ୍କ ବିରୋଧରେ କେଶ୍ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୨ରେ କେରଳ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦୁଇଜଣ ଇଟାଲୀର ଦୁଇ ନୌସୈନିକଙ୍କ ବିରୋଧରେ ଭାରତରେ ଚାଲିଥିବା ସମସ୍ତ ଅପରାଧିକ ମାମଲା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ରେ ଦୁଇ ଜଣ କେରଳ ମତ୍ସ୍ୟଜୀବୀଙ୍କୁ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଇଟାଲର ଉଭୟ ନୌସୈନିଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ରଦ୍ଦ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଇଟାଲୀରେ ହେବ ଏବଂ ଭାରତ, ଇଟାଲୀ ଓ କେରଳରେ ପରସ୍ପର ସହଯୋଗ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଇଟାଲୀ ରିପବ୍ଲିକରୁ ଦଶ କୋଟି ଟଙ୍କା କ୍ଷତିପୂରଣ ରାଶି କେରଳ ହାଇକୋର୍ଟକୁ ହସ୍ତାନ୍ତର କରାଯାଉ। କେରଳ ସରକାର କୋର୍ଟକୁ କହିଛନ୍ତି ଯେ କେରଳର ଉଭୟ ମତ୍ସ୍ୟଜୀବୀଙ୍କ ପରିବାର ନାମରେ ୪ କୋଟି ଲେଖାଏଁ ଜମା ହେବ ଏବଂ ଅବଶିଷ୍ଟ ୨ କୋଟି ଟଙ୍କା ଡଙ୍ଗା ମାଲିକଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ ଫେବୃଆରୀ ୨୦୧୨ରେ ଭାରତ ଇଟାଲୀର ପତାକା ଲାଗିଥିବା ହୋଇଥିବା ତୈଳ ଟ୍ୟାଙ୍କର୍ ଏମ୍.ଭି ଏନରିକା ଲେକ୍ସିରେ ଉପସ୍ଥିତ ଦୁଇ ନୌସୈନିକ ଭାରତର ସ୍ବତନ୍ତ୍ର ଆର୍ଥିକ ଜୋନରେ ମାଛ ଧରୁଥିବା ଦୁଇ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିଲା ।

Comments are closed.