ରାଜ୍ୟରେ ଆଉ ୪୪ କୋଭିଡ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋଭିଡରେ ଆଉ ୪୪ ରୋଗୀଙ୍କ ଜୀବନ ଯାଇଛି । ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୪ ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୪ ରୋଗୀ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ, କଟକ, ଝାରସୁଗୁଡା, ଜଗତସିଂହପୁର ଓ ରାୟଗଡାରୁ ୩ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ବୌଦ୍ଧରୁ ୨, ମୟୂରଭଞ୍ଜରୁ ୨ ଓ ବରଗଡରୁ ୨ ଜଣ ପ୍ରାଣ ହରାଇଛନ୍ତି । କନ୍ଧମାଳ, ସମ୍ବଲପୁର, କେନ୍ଦୁଝର, ଗଜପତି, ନୂଆପଡା ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.