ପୁଣି ୪ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୩, ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭, ଭଦ୍ରକରୁ ୧୮୪ , ମୟୂରଭଞ୍ଜରୁ ୧୫୩, କେନ୍ଦ୍ରାପଡାରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡରୁ ୯୫, କେନ୍ଦୁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡରୁ ୮୬, ନବରଙ୍ଗପୁରରୁ ୮୫, ସୁନ୍ଦରଗଡରୁ ୭୬, ରାୟଗଡାରୁ ୭୩, ମାଲକାନଗିରିରୁ ୬୮, କୋରାପୁଟରୁ ୫୬, କନ୍ଧମାଳରୁ ୫୬, ଢେଙ୍କାନାଳରୁ ୫୬, ବୌଦ୍ଧରୁ ୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, କଳାହାଣ୍ଡିରୁ ୩୫, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଦେବଗଡରୁ ୨୫, ବଲାଙ୍ଗିରରୁ ୧୮, ନୂଆପଡାରୁ ୧୫, ଝାରସୁଗୁଡାରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ । ୪୭ ହଜାର ୭୯୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.