ଉଦଳାରେ ଏଏସଆଇଙ୍କୁ ଜେଲ୍ ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ

ବାରିପଦା – ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଅଭାବନୀୟ ଘଟଣା । ଉଦଳା ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ ବାରିପଦା ଜେଲ୍ ୱାର୍ଡର ମନୋଜ କୁମାର କୁଅଁର, ଏଏସଆଇ ଶଶୀ ଭୂଷଣ ପରିଡାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉଦଳାର ଅରବିନ୍ଦ ସ୍କୁଲ ନିକଟରେ ବାରିପଦା ଜେଲ୍ ୱାର୍ଡର କୁଅଁର ଓ ଅନ୍ୟ ତିନି ଜଣ ମାସ୍କ ନ ପିନ୍ଧି ଉପସ୍ଥିତ ଥିଲେ । ସେହି ସମୟରେ ଉଦଳା ପୋଲିସର ପାଟ୍ରୋଲିଂ ଟିମ୍ ସେଠାରେ ପହଂଚି ମାସ୍କ ପିନ୍ଧି ନ ଥିବାରୁ ଜେଲ ୱାର୍ଡର କୁଅଁର ଓ ଅନ୍ୟମାନଙ୍କୁ ତାଗିଦ କରିଥିଲେ ଏଏସଆଇ । ଅଭିଯୋଗ ହୋଇଛି ଯେ, କୁଅଁର ,ଏଏସଆଇ ଶଶିଭୂଷଣଙ୍କୁ ଆକ୍ରମଣ କରିଥିଲେ । ସେ ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି କୁହାଯାଇଛି । ପରେ ତାଙ୍କୁ ଥାନାକୁ ପଚରାଉଚୁରା ପାଇଁ ନିଆଯାଇଥିଲେ ମଧ୍ୟ ସେ ପୋଲିସକୁ ସହଯୋଗ କରି ନ ଥିବା ଅଭିଯୋଗ ହୋଇଛି ।

Comments are closed.