ପିଏନ୍‌ବି ଠକେଇ ମାମଲା: ଚୋକ୍‌ସିଙ୍କ ସମେତ ୨୨ ଜଣଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଳୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନ୍‌ବି) ଋଣ ଠକେଇ ମାମଲାରେ ସିବିଆଇ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ବ୍ୟତୀତ ୨୨ ଜଣ ଅଭିଯୁକ୍ତଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିିଛି । ଏହି ୨୨ ଜଣଙ୍କ ମଧ୍ୟରୁ ଚାରି ଜଣ ନୂଆ ଅଭିଯୁକ୍ତ ଥିବା ବେଳେ ଦୁଇ ଜଣ ସରକାରୀ କର୍ମଚାରୀ ଅଛନ୍ତି । ଅତିରିକ୍ତ ଚାର୍ଜସିଟ୍‌ରେ ଚୋକ୍‌ସଙ୍କ କମ୍ପାନୀ ‘ଗୀତାଞ୍ଜଳି ଗ୍ରୁପ୍‌’ର ଦୁଇ କର୍ମଚାରୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି ।

ଏହା ପୂର୍ବରୁ ପିିଏନ୍‌ବି ଠକେଇ ମାମଲାରେ ୨୦୧୮ରେ ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ପ୍ରାୟ ୧୪ ହଜାର କୋଟି ପିଏନ୍‌ବି ଋଣ ଠକେଇ ମାମଲା ଚୋକ୍‌ସି ଓ ତାଙ୍କ ପୁତୁରା ନୀରବ ମୋଦି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ପ୍ରଥମ ଚାର୍ଜସିଟ୍‌ର ତିନି ବର୍ଷ ପରେ ଏହି ମାମଲାରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯାଇଛି ।

Comments are closed.