ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ, ପଂଚସୂତ୍ରୀ ନିୟମ କଡାକଡି ପାଳନ ମାନିବାକୁ ଦୋକାନୀଙ୍କୁ ପରାମର୍ଶ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମ୍ ଥିବାରୁ ଜିଲ୍ଲା ବର୍ତ୍ତମାନ ଗ୍ରୀନଜୋନରେ ରହିଛି । ରାଜ୍ୟ ସରକାରଙ୍କ କ୍ୟାଟୋଗୋରୀ ଏ ଜିଲ୍ଲା ସମୂହରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା । ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆଂଶିକ ଲକଡାଉନ ଜାରି କରାଯାଇଛି । ଦୋକାନବଜାର ସଂଧ୍ୟା ୫ଟା ଯାଏ ଖୋଲିବ । ଏଣେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନୂଆ ମାର୍ଗଦର୍ଶିିକା ସଂପର୍କରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତା ପାଇଁ ଦୋକାନୀମାନେ ପଂଚସୂତ୍ରୀ ନିୟମ ଅନୁସରଣ କରିବା ଉପରେ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ଜରୁରୀ ନ ଥିଲେ ବଜାର ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

Comments are closed.