ଯୁକ୍ତ ଦୁଇ ମୂଲ୍ୟାଙ୍କନ : ସିଏଚଏସଇକୁ ଆଜି ରିପୋର୍ଟ ଦେବ ବୈଷୟିକ କମିଟି

ଭୁବନେଶ୍ୱର- ଯୁକ୍ତ ଦୁଇ ମୂଲ୍ୟାଙ୍କନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ -ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି ଯେ, ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ସବୁଠୁ ଭଲ ଆଧାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଆଜି ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ରିପୋର୍ଟ ଉପରେ ଆଲୋଚନା କରି ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସିଏଚଏସଇ ଉପାଧ୍ୟକ୍ଷ କହିଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

Comments are closed.